SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଥର ଋଣ ନେଲେ ଦେବାକୁ ପଡ଼ିବ ଅଧିକ EMI

ଯଦି ଆପଣ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ। ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇ ମାର୍ଜିନାଲ କୋଷ୍ଟ ଅଫ୍ ଲୋଡିଙ୍ଗ ରେଟରେ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଦେଇଛି। ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଏହି ପରିବର୍ତ୍ତନ ଏପ୍ରିଲ୍ ୧୫ ରୁ କାର୍ଯ୍ୟକାରୀ ହୋଇଛି।

MCLR ର ବୃଦ୍ଧି ସହିତ ଘର ଲୋନ , ବ୍ୟକ୍ତିଗତ ଲୋନ ଏବଂ ଅଟୋ ଲୋନ ମହଙ୍ଗା ହେବ। ଏହା ଆପଣଙ୍କ EMI ଉପରେ ସିଧାସଳଖ ପ୍ରଭାବ ପକାଇବ। ଏସବିଆଇର ୱେବସାଇଟ୍ ଅନୁଯାୟୀ, ରାତାରାତିରୁ ତିନିମାସ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ MCLR ୬.୬୫% ପରିବର୍ତ୍ତେ ୬.୭୫% ହେବ।

ଏହା ବ୍ୟତୀତ, ୬ ମାସ ପାଇଁ ୬.୯୫ ପ୍ରତିଶତ ପରିବର୍ତ୍ତେ, MCLR ୭.୦୫ ପ୍ରତିଶତ ହେବ। ଏକାସାଙ୍ଗରେ, ଗୋଟିଏ ବର୍ଷ ପାଇଁ ୭.୧୦% MCLR, ଦୁଇ ବର୍ଷ ପାଇଁ ୭.୩୦% ଏବଂ ତିନି ବର୍ଷ ପାଇଁ ୭.୪୦% ହେବ।

MCLR କ’ଣ?

sbi

୨୦୧୬ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା MCLR ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଯେକୌଣସି ଆର୍ଥିକ ପ୍ରତିଷ୍ଠାନ ପାଇଁ ଏହା ଏକ ଆଭ୍ୟନ୍ତରୀଣ ମାନଦଣ୍ଡ ଅଟେ। MCLR ପ୍ରକ୍ରିୟାରେ, ଋଣ ପାଇଁ ସର୍ବନିମ୍ନ ସୁଧ ହାର ସ୍ଥିର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.