ଦିଗପହଣ୍ଡି : ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ପୁଣି ଗଲା ଜଣଙ୍କ ଜୀବନ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ଘଟିଥିବା ମର୍ଡର ଘଟଣାରେ ତଦନ୍ତ କରିବା ପାଇଁ ପୋଲିସ ଜାରୀ ରଖିଥିବା ବେଳେ ଆଜି ବ୍ରହ୍ମପୁର ଏସପି ପହଞ୍ଚି ସମସ୍ତ ଘଟଣାକୁ ପରିବାର ଲୋକଙ୍କ ଠାରୁ ବୁଝିଛନ୍ତି। ଆସାମୀ କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ଗତକାଲି ରାତି ପ୍ରାୟ ସାଢେ ନଅ ଟା ବେଳେ ନବରଙ୍ଗପୁର ଗାଁ ରେ ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀ ରେ ସେହି ଗାଁ ର ଯୁବକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥା ରେ ଦୁଇ ଜଣଙ୍କୁ ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାବୁ ଗୌଡ଼ର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ଗୁରୁତର ପ୍ରଦୀପ ସାହୁ ଚିକିତ୍ସିତ ହେଉଛନ୍ତି। ପଞ୍ଚଯାତ ନିର୍ବାଚନ ସମୟରେ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।