ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ, ବଢିଲା ରାଜନୌତିକ ଉଷ୍ମତା

ଭୁବନେଶ୍ବର(କେନ୍ୟୁଜ୍):ତାରିଖ ଘୋଷଣା ସହ ପଦ୍ମପୁରରେ ବଢିଛି ନିର୍ବାଚନୀ ଉଷ୍ଣତା । କିଏ ହେବେ ପ୍ରାର୍ଥୀ ? ବିଜେଡି ପଦ୍ମପୁର ଉପନିର୍ବାଚନ ରଣାଙ୍ଗନକୁ ଜଣେ ମହିଳାଙ୍କୁ ଓହ୍ଲାଇବ କି ? ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ଥାନ ନେବ କିଏ ? ପ୍ରାର୍ଥୀ କିଏ ହେବେ ସଠିକ୍‌ ସମୟରେ ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପୁଣି ଥରେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ।

୨୦୧୯ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ୭ଟି ଉପନିର୍ବାଚନ ହେଲାଣି । ସେଥିରୁ ୬ଟି ଉପନିର୍ବାଚନରେ ୩ଟି ସ୍ଥାନରେ ମହିଳା ପ୍ରାର୍ଥୀ ଦେଇଛି ବିଜେଡି । ବିଜେପୁରରେ ରୀତା ସାହୁ, ବ୍ରଜରାଜନଗରରେ ଅଳକା ମହାନ୍ତି ଓ ଧାମନଗରରେ ଅବନ୍ତୀ ଦାସଙ୍କୁ ଟିକେଟ ଦେଇଥିଲା ଦଳ । ପାଟକୁରାରେ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିଲା ଅର୍ଥାତ ୨୦୧୯ ପରେ ୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.