Below header

ସଂଗୀତ ନିର୍ଦ୍ଦେଶକ ମିଥୁନ ଶର୍ମାଙ୍କ ହାତ ଧରିବେ ଗାୟିକା ପଲକ ମୁଚାଲ, ଆରମ୍ଭ ହେଲାଣି ବିବାହ ଉତ୍ସବ

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟିକା ପଲକ ମୁଚାଲ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସଂଗୀତ ନିର୍ଦ୍ଦେଶକ ମିଥୁନ ଶର୍ମାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ ପଲକ । ଆସନ୍ତାକାଲି ବିବାହ କରିବେ ପଲକ। ତେଣୁ ବିବାହ ପୂର୍ବରୁ ସବୁ ରୀତିନୀତି ଆରମ୍ଭ ହୋଇଗଲାଣି। ସୋସିଆଲ ମିଡିଆରେ ପଲକଙ୍କ ହଳଦୀ ଏବଂ ମେହେନ୍ଦୀର ଫଟୋ ଭାଇରଲ ହେବାରେ ଲଗିଛି। ଆଉ ଏଥିରେ ବେଶ୍‌ ଖୁସି ନଜର ଆସିଛନ୍ତି । ତାଙ୍କ ହାତରେ ମିଥୁନଙ୍କ ନାମର ମେହେନ୍ଦୀ ଲାଗିଛି।

ପଲକଙ୍କ ମେହେନ୍ଦୀ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ମେହେନ୍ଦୀ ସେରିମନିରେ ପଲକ ନୀଳ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ଯେଉଁଥିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ପଲକ। ପଲକଙ୍କ ଏହି ଲୁକ୍‌ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି।

ତେବେ ପଲକଙ୍କ ମେହେନ୍ଦୀ ଉତ୍ସବରେ ଜ୍ୟାକି ଶ୍ରଫ ମଧ୍ୟ ନଜର ଆସିଛନ୍ତି। ଜ୍ୟାକି ଶ୍ରଫ ପଲକଙ୍କୁ ଆଶୀର୍ବାଦ ଦେବା ସହିତ ଉପହାର ମଧ୍ୟ ଦେଇଥିଲେ। ଏହାଛଡା ପଲକଙ୍କ ହଳଦୀ ଏବଂ ମେହେନ୍ଦୀ ସେରିମନିରେ ସ୍ମୃତି ମନ୍ଧାନା ମଧ୍ୟ ନଜର ଆସିଛନ୍ତି।

 

View this post on Instagram

 

A post shared by Palak Muchhal (@palakmuchhal3)

ତେବେ ପଲକ ଏବଂ ମିଥୁନ ଏକାଠି ଆଶିକି-୨ରେ ଗୀତ ଗାଇଥିଲେ। ସେବେ ଠାରୁ ଏହି ଦୁହିଁଙ୍କ ସଂପର୍କ ନିବିଡ ହୋଇଥିଲା। ଦୁହେଁ ଏକାଠି ଅନେକ ଗୀତ ମଧ୍ୟ ଗାଇଛନ୍ତି। ଏକ ଥା ଟାଇଗର, ପ୍ରେମ ରତନ ଧନ ପାୟୋ ଭଳି ଫିଲ୍ମରେ ଗୀତ ଗାଇସାରିଛନ୍ତି ପଲକ ।

Also Read : ବିବାଦରେ ଫସିଲା ‘ଦ କେରଳା ଷ୍ଟୋରୀ’ର ଟିଜର, କେରଳକୁ ବଦ୍‌ନାମ କରାଯାଉଥିବା ଲୋକେ କରୁଛନ୍ତି ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.