ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ, ନ୍ୟାୟିକ ପ୍ରକିୟା ଶେଷ ପରେ ଯିବେ ଜେଲ୍

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଆଜି ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ  ଜଗଦ୍ଦେବ। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ ଆତ୍ମସମର୍ପଣ କରିବା  ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ପାଖାପାଖି ୨ଟା ସମୟରେ ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ବିଧାୟକ ପୁଣି ବାଣପୁର ସବ ଜେଲ ଯିବେ ବୋଲି ସୂଚନା ମିଳିଛି ।

 

 

You might also like