ଝାରସୁଗୁଡ଼ାରୁ ବାରମ୍ବାର ବିମାନ ବାତିଲକୁ ନେଇ ତେଜୁଛି ଅସନ୍ତୋଷ

ବାରମ୍ବାର ବିମାନ ବାତିଲକୁ ନେଇ ଅସନ୍ତୋଷ। ବିମାନବନ୍ଦରରେ ଆଇଏଲଏସ ଯନ୍ତ୍ର ଲାଗିନଥବାରୁ ବିମାନ ବାତିଲ ହେଉଥିବା କୁହାଯାଇଛି। ମାସକ ମଧ୍ୟରେ ୬ଥର ବିମାନ ଚଳାଚଳ ବାତିଲ ହୋଇସାରିଲାଣି। ବର୍ଷା ଋତୁ ସାରା ଏହି ସମସ୍ୟା ଲାଗି ରହିବ ବୋଲି ଆଶଙ୍କା ଦେଖାଯାଇଛି। ଆଇଏସଏଲ ଯନ୍ତ୍ର ଲଗାଇବା ପାଇଁ ଟ୍ଵିଟ ମାଧ୍ୟମରେ କେନ୍ଦ୍ର ବିମାନ ଚଳାଚଳା ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ପାଳନ କରିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବର୍ଷା ପାଇଁ ଆଇଏଲଏଲ ସିଷ୍ଟମ କାର‌୍ୟ୍ୟକ୍ଷମ ହେବାକୁ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.