NDA ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ପୁରୀ ପୁଅ,ପରିବାର ଓ ସାହିପଡ଼ିଶାରେ ଖୁସିର ଲହରୀ

ପୁରୀ(କେନ୍ୟୁଜ୍): ଓଡ଼ିଆ ପୁଅ ଏନଡିଏ ଟପ୍ପର । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ପୁରୀର ଓମ୍କାର ଆଶୁତୋଷ। ବାପା ଅବସରପ୍ରାପ୍ତ କର୍ଣ୍ଣେଲ ଅରୁଣ ରାୟ ଓ ମାଆ ଶିକ୍ଷୟିତ୍ରୀ ତନିମା ତ୍ରିପାଠୀଙ୍କ ପୁଅ ଆଶୁତୋଷ। ପିଲାଦିନରୁ ସେନାବାହିନୀରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ ଆଶୁତୋଷ।
ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେବାରେ ନିଜକୁ ଉତ୍ସର୍ଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନଡିଏ ୨୦୨୧ରେ ସର୍ବଭାରତୀୟ ସ୍ତରରେ ଟପ୍ପର ହେବା ପରେ ପରିବାର ଓ ସାହିପଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି। ପୁରୀ ବ୍ଲେସ୍ଡ ସାକ୍ରେମେଣ୍ଟ ହାଇସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ ପରେ ପରବର୍ତ୍ତୀ ଶିକ୍ଷା ପାଇଁ ସେ ଡେରାଡୁନ ଯାଇଥିଲେ। ସେଠାରେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପାଞ୍ଚବର୍ଷ ଶିକ୍ଷା ଗ୍ରହଣ କରି ସେ ସଫଳତା ହାସଲ କରିଛନ୍ତି।