Below header

ପୁରୀର ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଆଜି ଅଭିଯୁକ୍ତ ମହେଶକୁ କୋର୍ଟ ଚାଲାଣ କରାଯିବ

ପୁରୀ(କେନ୍ୟୁଜ୍): ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଛି ପୋଲିସ । ୨୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ। ଅଭିଯୁକ୍ତ ମହେଶ ମହାନ୍ତିର ଡାକ୍ତରୀ ମାଇନା କରାଯିବ । ଆଜି ଅଭିଯୁକ୍ତ ମହେଶକୁ କୋର୍ଟ ଚାଲାଣ କରାଯିବ । ଦରକାର ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସ୍‌ପି କନଓ୍ଵର ବିଶାଲ ସିଂ ଏହି ସୂଚନା ଦେଇଛନ୍ତି । ଗତକାଲି ପୁରୀ-ଭୁବନେଶ୍ୱର ସୀମାନ୍ତ ଅଞ୍ଚଳରୁ ଅଭିଯୁକ୍ତ ମହେଶକୁ ଗିରଫ ହୋଇଛି।

୨୩ତାରିଖରେ ଟାଉନ ଥାନାର ସିଦ୍ଧବକୁଳ ଲେନ୍‌ରେ ଲଜ୍ଜାଜନକ ଘଟଣା ଘଟିଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ତାକୁ ଧରିବା ପାଇଁ ଗଠନ ହୋଇଥିଲା ୪ଟି ଟିମ୍‌ । ୩ ଦିନ ପରେ ଗିରଫ ହୋଇଥିଲା ଅଭିଯୁକ୍ତ। ପ୍ରଥମେ ଗୁରୁତର ଅବସ୍ଥାରେ ନାବାଳିକାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସାଧୀନ ରହିଛି ପୀଡ଼ିତା ଶିଶୁକନ୍ୟା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.