ମର୍ଣ୍ଣିଂଓ୍ୱାକ୍ ସମୟରେ ରାଜଧାନୀକୁ ଭିଜେଇଲା ବର୍ଷା, ସକାଳ ବେପାର ମାନ୍ଦା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରେ ଲଘୁୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ରାଜଧାନୀରେ ମଧ୍ଯ ସକାଳୁ ତୁହାକୁ ତୁହା ବର୍ଷା ହେଉଛି। ଯାହାଫଳରେ ମର୍ଣ୍ଣିଂଓ୍ୱାକ୍ ବେଳେ ଲୋକେ ସମସ୍ଯାର ସମ୍ମୁଖୀନ ହେବାସହ ସକାଳ ବେପାର ମଧ୍ଯ ମାନ୍ଦା ଚାଲିଛି।
ଆଗାମୀ ୩୬ ଘଣ୍ଟା ମଧ୍ୟରେ ହେବ ଅଧିକ ଘନିଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ୧୨ ତାରିକ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା-କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୧୦ରେ ୧୧ ଓ ୧୧ ତାରିଖରେ ୧୦ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ଏପଟେ ଗୋଟିଏ ନସରୁଣୁ ଆଉ ଗୋଟିଏ ଲଘୁଚାପ । ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।