କୋରାପୁଟ: ୫୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ୍): ପୁଣି କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ସଫଳତା । ୫୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଣେ ମାଫିଆ ଗିରଫ । ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲଣର ଖବରପାଇ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲା ପୋଲିସ । ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ୱରେ ପୋଲିସ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ।

ଯାଞ୍ଚ ବେଳେ ଟ୍ରକ ଡାଲାରେ ଥିବା ୧୮ଟି ଗଞ୍ଜେଇ ବସ୍ତା ଜବତ କରାଯାଇଛି । ପାଖାପାଖି ୫କୁଇଣ୍ଟାଲ ୪୦କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୪ଲକ୍ଷ ଟଙ୍କା ହେବ । ଗିରଫ ମାଫିଆ ଉତ୍ତର ପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ସେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲଣ କରିଥିବା ସ୍ୱୀକାର କରିଛି । ସ୍ଥାନୀୟ ଅଞ୍ଚଳର କେଉଁମାନେ ଏଥିରେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.