ବୌଦ୍ଧ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ମାଧପୁର ରେଞ୍ଜ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋକୁ ବାଣିଗୋଛା ଠାରେ ଜବତ କଲା ବାଣିଗୋଛା ବନ୍ୟପ୍ରାଣୀ ବିଭାଗ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ ଜିଲ୍ଲା ବାଣିଗୋଛା ପଟକୁ ଏକ ଅଟୋରେ ୧୧ଖଣ୍ଡ ଶାଗୁଆନ ପଟା ଧରି ଦ୍ରୁତ ଗତିରେ ଚଂପଟ ମାରି ଚାଲିଯାଉଥିବା ବେଳେ ଗଣ୍ଡାପାଜୁ ନେତାଜୀ ଯୁବକ ସଂଘର ସଭ୍ୟମାନେ ବିଶେଷ ସୁତ୍ରରୁ ଖବର ପାଇ ବଦଲା ଫରେଷ୍ଟ ରେଞ୍ଜକୁ ଖବର ଦେଇଥିଲେ ।

ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଇ ଉକ୍ତ ଅଟୋକୁ ଧରରଯାଇଥିଲା। ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଟୋରେ ଥିବା ୧୧ଟି ଶାଗୁଆନ କାଠକୁ ଜବତ୍ କରିଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.