Below header

ବାହାନଗା ଟ୍ରାଜେଡିରେ ମୃତକଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମରେନ୍ଦ୍ର

ଗତ ୨ ତାରିଖ ଘଟିଥିଲା ଶତାଦ୍ଦୀର ସବୁଠାରୁ ବଡ ଏହି ରେଳ ଦୁର୍ଘଟଣା । ୨୮୮ ଟି ପ୍ରାଣ ନେଇଥିଲା ଏହି ମର୍ମନ୍ତୁତ ଦୁର୍ଘଟଣାରେ । ସେପଟେ ମୃତକଙ୍କର ଆଜି ହେଉଛି ଏକାଦଶାହ । ଏହି ପରିପେକ୍ଷୀରେ ମୃତକ ମାନଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିତ୍ରକର ସମରେନ୍ଦ୍ର ବେହେରା ।

ବାରିପଦା (କେନ୍ୟୁଜ୍) : ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼ ଦୁର୍ଘଟଣାକୁ ନେଇ ସିବିଆଇର ୧୦ ଜଣିଆ ଟିମ୍ ଛାନଭିନ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟିତ୍ୱରେ ଥିବା ୯ ଜଣ ଅଫିସର ଓ କର୍ମଚାରୀ ସିବି ଆଇ ସ୍କାନରରେ ତଦନ୍ତ କରୁଛନ୍ତି। ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଓ ଗେଟ୍ ମ୍ୟାନକୁ ସିବିଆଇ ପଚରା ଉଚୁରା କରୁଛି । ଅଧିକ ତଦନ୍ତ ପାଇଁ ବାହାନଗା ବଜାର ଷ୍ଟେସନ ସିଲ୍ ସହ ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ବହୁ ନମୁନା ଜବତ ହୋଇଛି।

ଗତ ୨ ତାରିଖ ଘଟିଥିଲା ଶତାଦ୍ଦୀର ସବୁଠାରୁ ବଡ ଏହି ରେଳ ଦୁର୍ଘଟଣା । ୨୮୮ ଟି ପ୍ରାଣ ନେଇଥିଲା ଏହି ମର୍ମନ୍ତୁତ ଦୁର୍ଘଟଣାରେ । ସେପଟେ ମୃତକଙ୍କର ଆଜି ହେଉଛି ଏକାଦଶାହ । ଏହି ପରିପେକ୍ଷୀରେ ମୃତକ ମାନଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିତ୍ରକର ସମରେନ୍ଦ୍ର ବେହେରା । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଏହି ଚିତ୍ରଶିଳ୍ପୀ ସମରେନ୍ଦ୍ର ବତୀ ଧୁଆଁରେ ଦୁର୍ଘଣାର ଅଭିନବ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୃତକ ମାନଙ୍କୁ । ନିଜ ଚିତ୍ରକଳା ଓ ତୁଳୀ ମାଧ୍ୟମରେ ନିଖୁଣ ଭାବେ ଦର୍ଶାଇଛନ୍ତି ସେହି କାଳ ରାତ୍ରୀର ଘଟଣାବଳୀକୁ ।  କେମିତି ୩ଟି ରେଳ ଦୁର୍ଘଟଣା ହେଲା  ତାହାକୁ ଖୁବ୍ ସ୍ପଷ୍ଟ ଭାବେ ନିଜ କଳାରେ ପ୍ରତିପାଦନ କରିଛନ୍ତି। ଆଉ ଏହି ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ସେହି ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏହି ଚିତ୍ରକଳା ମାଧ୍ୟମରେ ।

samarendra

ସୂଚନା ଥାଉକି, ଦୁର୍ଘଟଣାକୁ ଗତକାଲି ପୁରିଲା ୧୦ ଦିନ। ୧୦ ଦିନରେ ଦିବଂଗତ ଆତ୍ମାର ସଦଗତି ପ୍ରାପ୍ତି ପାଇଁ ସ୍ଥାନୀୟ ବାହାନଗା ଲୋକଙ୍କ ଦ୍ୱାରା ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏବେବି ଅନେକ ମୃତକଙ୍କ ମରଶରୀରକୁ ପରିବାର ଲୋକେ ଗ୍ରହଣ କରିଥିବା ବେଳେ ଅନେକ ମୃତଶରୀର ଏବେବି ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ହୋଇ ରହିଛି । ତେବେ ଏହି ଦୁର୍ଘଟଣା ପରେ ସଭିଏଁ ଏବେ ହତବାକ୍ , ସବୁଆଡୁ ଛୁଟୁଛି ସମବେଦନା । ଏହି ପରିପେକ୍ଷୀରେ ଚିତ୍ରକର ସମରେନ୍ଦ୍ର ନିଜ କଳା ମାଧ୍ୟମ  ଅଭିନବ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.