୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ହେବ ରହଣି

ଭୁବନେଶ୍ୱର : ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ସମ୍ବଲପୁରରୁ ପ୍ରତିଦିନ ସକାଳ ୬ ଟାରେ ବାହାରି ଅପରାହ୍ନ ୧୨.୫୦ ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (18404) ପୁରୀ ଠାରୁ ପ୍ରତି ଦିନ ଅପରାହ୍ନ ୩.୪୫ ରେ ଛାଡିବ ଓ ରାତି ୧୦.୨୦ରେ ସମ୍ବଲପୁରରେ ପହଞ୍ଚିବ।

ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମାଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବ। ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

Also Read: ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି, ଜାଣନ୍ତୁ କାହିଁକି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.