Below header

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା ୮ରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର (କେନ୍ୟୁଜ) : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୋଭିଡ୍‌ କଟକଣା ଭିତରେ ପାଠପଢ଼ା ହେବ। ସୋମବାରଠାରୁ ଶନିବାର ଯାଏ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ ପାଠ ପଢ଼ିବେ ଛାତ୍ରଛାତ୍ରୀ। ରବିବାର ବନ୍ଦ ରହିବ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି। ସେମାନଙ୍କ ପାଠପଢ଼ା ପୂର୍ବ ସୂଚୀ ଅନୁସାରେ ଜାରି ରହିବ। ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଦିନ ୧୧ଟାରୁ ୪ଟା ଯାଏ ଚାଲିବ। ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏକ ୟୁନିଟ୍‌ ଟେଷ୍ଟ ହେବ । ବାର୍ଷିକ ପରୀକ୍ଷା ୨୦୨୧ ଏପ୍ରିଲ ଶେଷ ସପ୍ତାହରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.