Below header

ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ହୋଇନି କରୋନା, ତେଣୁ ବନ୍ଦ ହେବ ନାହିଁ ସ୍କୁଲ୍ : ସମୀର ଦାଶ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ସଂକ୍ରମଣ ବଢୁଥିଲେ ବି ନବମ ଓ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି । ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ଚିହ୍ନଟ ହୋଇଛନ୍ତି ।

ଆସନ୍ତାକାଲି ନବମ ଏକାଦଶ ପିଲାଙ୍କ ଅଭ୍ୟାସ ପରୀକ୍ଷା ରହିଛି । ଏପ୍ରିଲରେ ମଧ୍ୟ ଅଭ୍ୟାସ ପରୀକ୍ଷା କରାଯିବ । ରାଜ୍ୟ ସରକାର ସମସ୍ତ ଏସ୍‌ଓପି ମାନି କ୍ଲାସ କରୁଛନ୍ତି । ତେଣୁ ସ୍କୁଲ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.