ବିଜ୍ଞାନକୁ ଲୋକପ୍ରିୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଭୁବନେଶ୍ୱରରେରେ ପ୍ରତିଷ୍ଠା ହେବ ସାଇନ୍‌ସ ସିଟି

ଭୁବନେଶ୍ବର(କେନ୍ୟୁଜ୍): ବିଜ୍ଞାନକୁ ଲୋକପ୍ରିୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ପ୍ରତିଷ୍ଠା ହେବ ସାଇନ୍‌ସ ସିଟି। କୋଲକାତାରେ ଥିବା ସାଇନ୍‌ସ ସିଟି ଭଳି ଭୁବନେଶ୍ୱରରେ ସାଇନ୍‌ସ ସିଟି ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୩୦ ଏକର ଜମି ପ୍ରଦାନ କରିଛନ୍ତି। ଏନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ କହିଛନ୍ତି।

ସେହିପରି ପୁରୀ ଠାରେ ବିଜ୍ଞାନ ଓ ପ୍ଲାନିଟୋରିୟମ କେନ୍ଦ୍ର ପ୍ରତିଷ୍ଠା ହେବ। ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ। ଏହା ସହ ସାତକୋଶିଆ ଅଞ୍ଚଳରେ ସାତକୋଶିଆ ବାୟୋସ୍ପିୟର ମ୍ୟୁଜିୟମ ନିର୍ମାଣ ହେବ। ଏଠାରେ ଜୈବ ବିବିଧତାର ବିଭିନ୍ନ ଦିଗକୁ ପ୍ରଦର୍ଶନ କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.