Below header

ଭୁବନେଶ୍ବର: ଆଠ ଦିନ ହେବ ସନ୍ଦିଗ୍ଧ ଅବସ୍ଥାରେ ଦୋକାନ ଆଗରେ ଛିଡା ହୋଇଛି ଗାଡି, ନେବାକୁ ଆସୁନାହାନ୍ତି ପୋଲିସ କି ଗାଡି ମାଲିକ

କେନ୍ୟୁଜ୍(ବ୍ୟୁରୋ): ଗାଡିର ମିଳୁନାହାନ୍ତି ମାଲିକ। କେହି ନେବାକୁ ମଧ୍ୟ ଅସୁନାହାନ୍ତି । ସେମିତି ଖରାବର୍ଷାରେ ୮ ଦିନ ହେବ ଥୁଆ ହୋଇଛି ସ୍କୁଟି ଆକ୍ଟିଭା ଗାଡି। କଳେ କେହି ଛାଡି ଯାଇଥିବା  ଓ ଆସିଲେ  ନେବ ଏଥିପାଇଁ ଯାହା ଦୋକାନା ଆଗରେ ଗାଡିଟି ଅଛି  ସେ ବ୍ୟକ୍ତି ପୋଲିସକୁ ମଧ୍ୟ ଅଭିଯୋଗ କରିନାହିନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଗାଡିଟିର ଦାବିଦାର କେହି ଆସି ନାହନ୍ତି। ହେଲେ  କିଏ ଓ କହିଁକି  ଏ ଗାଡିଟି ରଖିଛି ତାହା କାହାକୁ ବୁଝା ପଡୁନାହିଁ।  କାଳେ ଗାଡିର ଡିକି ଭିତରେ କିଛି  ଅବକାରୀ ସାମଗ୍ରୀ କିମ୍ବା ଅସ୍ତ୍ରଶସ୍ତ୍ର ଥିବ ଏଥିପାଇଁ ଗାଡିଟିର କେହି ପାଖ ମାଡୁ ନାହନ୍ତି। କିନ୍ତୁ  ଗାଡିଟିର ହ୍ୟାଣ୍ଡେଲ ଅନଲକ୍ ହୋଇ ରହିଛି। ଗାଡିଟି ରହିଛି ନୟାପଲ୍ଲୀର N-2 ରାସ୍ତାର ସ୍ବପ୍ନେଶ୍ବର ମନ୍ଦିର ନିକଟ ଏକ ସ୍ନାକ୍ସ ଦୋକାନ ଆଗରେ ।

scooty1ଏହି ଗାଡିଟି ବିଷୟରେ କେହିବି ପୋଲିସରେ ଅଭିଯୋଗ କରି ନଥିବାରୁ ପୋଲିସ ମଧ୍ୟ ଗାଡିଟିକୁ ସର୍ଚ୍ଚ କରିବାକୁ ଆସି ନାହିଁ। ହେଲେ ଗାଡିଟି ଏମିତି ସନ୍ଦିଗ୍ଧ ଅବସ୍ଥାରେ ଥିବାରୁ ସେଠାକାର ଦୋକାନୀମାନେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଏହି ଗାଡିଟିର ନମ୍ବରକୁ ଆରଟିଓ ଆପରେ ସର୍ଚ୍ଚ କରିବା  ପରେ ଏହା କେନ୍ଦୁଝର ଜିଲ୍ଲାର ବୀଣାପାଣି ନାୟକ ନାମରେ ମାଲିକାନା ରହିଥିବାର ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.