ନବୀନଙ୍କ ଶପଥ ସମାରୋହ ପାଇଁ କସରତ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌

ଭୁବନେଶ୍ୱର : ନବୀନଙ୍କ ଶପଥ ସମାରୋହ ପାଇଁ କସରତ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମନାରେ ଶପଥ ନେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଚମ ଥର ରାଜ୍ୟ ଭାର ସମ୍ଭାଳିବେ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ଉତ୍ସବରେ ୭ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ସାମିଲ ହେବେ।

ଶପଥ ଗ୍ରହଣ ସମାରୋହ ସ୍ଥଳରେ ରହିବ ତିନିଟି ପ୍ରବେଶ ପଥ। ଗେଟ୍‌ ନମ୍ବର-୩ରେ ରାଜ୍ୟପାଳ, ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ପ୍ରବେଶ କରିବେ । ଗେଟ୍‌ ନମ୍ବର ୨ ଦେଇ ଆସିବେ ନିର୍ବାଚିତ ସାଂସଦ ଓ ବିଧାୟକ । ୧ ନମ୍ବର ଗେଟ୍‌ରେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ପ୍ରବେଶ କରିବେ । ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ୨୫ପ୍ଲାଟୁନ୍‌ ଫୋର୍ସ, ସାଧା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗସ୍କ୍ଵାର୍ଡ । ବିଭିନ୍ନ ସ୍ଥାନରେ ଲାଗିଛି ୨୫ରୁ ୩୦ଟି ସିସିଟିଭି। ୩ଟି ସ୍ଥାନ କ୍ୟାପିଟାଲ ହାଇସ୍କୁଲ ପଡିଆ, ମଧୁସୁଦନ ରୋଡ୍‌ର ଉଭୟ ପାର୍ଶ୍ୱ ଓ ପ୍ରଦର୍ଶନୀ ପଡିଆ ଭିତରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ପ୍ରଦର୍ଶନୀ ପଡ଼ିଆରେ ଚୂଡ଼ାନ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ । ଏହାସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ମଧ୍ୟ କାଯ୍ୟର୍କ୍ଷମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.