ଆଜି ବିଧାନସଭା ପରିସରରେ ଟିକା ନେଉଛନ୍ତି ବରିଷ୍ଠ ବିଧାୟକ

ଭୁବନେଶ୍ବର: ବିଧାନସଭା ପରିସରରେ ଟିକା ନେଉଛନ୍ତି ବରିଷ୍ଠ ବିଧାୟକ । ଆଜି ବିଧାୟକ ଅମର ଶତପଥୀ, ସୁର ରାଉତରାୟ, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ଅହିରାଜ ପାଣିଗ୍ରାହୀ ପ୍ରମୁଖ ଟିକା ନେଇଛନ୍ତି । କ୍ୟାପିଟାଲ ହସ୍‌ପିଟାଲରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଟିକା ଦେଉଛନ୍ତି ।

ବିଧାନସଭାରେ ଥିବା ଡିସପେନସାରୀରେ ୨୦ ଜଣ ବୟସ୍କ ବିଧାୟକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଉପବାଚସ୍ପତି ରଜନୀକାନ୍ତ ସିଂ, ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହ, ଜିତୁ ମିତ୍ର ପ୍ରମୁଖ ଟିକା ନେଇଥିଲେ । ଟିକା ନିରାପଦ ଓ ଏହାକୁ ସମସ୍ତ ବୟସ୍କ ନେବା ଆବଶ୍ୟକ ବୋଲି କହିଥିଲେ ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.