ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ

ପୁରୀ : ତିନି ଜଣିଆ କମିଟିର ଜନ ଶୁଣାଣିକୁ ଶ୍ରୀମନ୍ଦିିର ସେବାୟତଙ୍କ ବିରୋଧ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ତିନି ଜଣିଆକମିଟି ଶ୍ରୀମନ୍ଦିର ସଂପର୍କରେ ଜନଶୁଣାଣି କରି ରିପୋର୍ଟ ଦେବେ । ଏହି କମିଟିର ଶୁଣାଣିକୁ ସେବାୟତ ବିରୋଧ କରୁଛନ୍ତି । ଏପରିକି ଏହାକୁ ବେଆଇନ୍‌ ବୋଲି କହିଛନ୍ତି । ସେବାୟତଙ୍କ ବଂଶାନୁକ୍ରମିକ ସେବା ଉଚ୍ଛେଦ, ଦାନ ଦକ୍ଷିଣା ବନ୍ଦ ଇତ୍ୟାଦି ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେବାୟତମାନେ ସେମାନଙ୍କ ପରଂପରା ଏବଂ ବୃତ୍ତି ସଂପର୍କରେ ଆମିକସ୍‌ କ୍ୟୁରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସେହିପରି ସୁପ୍ରିମକୋର୍ଟରେ ଆଗାମୀ ଶୁଣାଣି ବେଳେ ସେବାୟତମାନେ ନିଜର ପକ୍ଷ ରଖିବାକୁ ଉଦ୍ୟମ କରୁଛନ୍ତି । ପୂର୍ବ ଦୁଇଟି ଶୁଣାଣିରେ ସେବାୟମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା । ସୁପ୍ରିମକୋର୍ଟରେ ଚାଲିଥିବା ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ସେପଟେମ୍ବର ୫ରେ ହେବ । ଏହା ପୂର୍ବରୁ ଚଳିତ ମାସ ୩୦ ତାରିଖ ସୁଦ୍ଧା କୋର୍ଟଙ୍କ ନିର୍ଦ୍ଦେଶର କାର୍ୟ୍ୟକାରିତା ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.