ଖୋଲିଲା ଆଉ ଏକ ଗୁମର, ପ୍ରଦୀପଙ୍କ ଦ୍ୱାରା ଭୟଭୀତ ହୋଇ ବିଧାୟକ ରମେଶ ଜେନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିବା କହିଲେ ମହିଳା

ବ୍ରହ୍ମପୁର (କେନ୍ୟୁଜ୍‌) : ଧୀରେ ଧୀରେ ପ୍ରଦୀପ ପାଣିଗ୍ରାହୀଙ୍କର ହେଉଛି ଖୁଲାସା। ଏବେ ଖୋଲିଲା ଆଉ ଏକ ବଡ ଗୁମର। ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ରଖିଲେ ମହିଳା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଭୟଭୀତ ହୋଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ମିଥ୍ୟା ମାମଲା ରୁଜୁ ନେଇ ଖୁଲାସା କରିଛନ୍ତି ସଂପୃକ୍ତ ମହିଳା।

ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ମହିଳାଜଣକ ଅଭିଯୋଗ ଆଣି ରମେଶ ଜେନାଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ । ମାମଲା ଏବେ ବିଚାରାଧୀନ ରହିଛି। ପ୍ରଦୀପ ପାଣିଗ୍ରାହୀ ତାଙ୍କୁ ଭୟଭୀତ କରି ରମେଶଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତାଇଥିବା କହିଛନ୍ତି ସଂପୃକ୍ତ ମହିଳା ଜଣକ। ଏହା ସହ ତାଙ୍କ ଝିଅକୁ ଚାକିରି ଓ ଅନ୍ୟ କେତେକ ଯୁବକଯୁବତୀଙ୍କୁ ଟାଟା କମ୍ପାନୀ ସମେତ ବିଭିନ୍ନ ସ୍ଥାନରେ ନିଯୁକ୍ତି କରାଇଦେବା କହି ତାଙ୍କ ସହାୟତାରେ ଲକ୍ଷାଧିକ ଟଙ୍କା ନେଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଏହି ଟଙ୍କା ଫେରସ୍ତ ଦାବି କରିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ସେ ଏତଲା ଦେବେ ବୋଲି କହିଛନ୍ତି।

You might also like