ଟ୍ରାଫିକ ନିୟମରେ କିଛି ନିୟମ ହେଲା କୋହଳ ଓ କିଛି ରହିଲା ଅପରିବର୍ତ୍ତିତ, ଜାଣନ୍ତୁ ସବିଶେଷ
ଟ୍ରାଫିକରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି ନିୟମ ଆଦୌ କୋହଳ ହେବ ନାହିଁ । ବିନା ହେଲ୍ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ୩ ମାସ ଲାଇସେନ୍ସ ରଦ୍ଦ ହେବ । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବେ । ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଓ ସିଟ୍ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ଦେବେ । ସେହିପରି ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଥିଲେ ୫ ହଜାର ଟଙ୍କା, ଟ୍ରାଫିକ୍ ସିଗ୍ନାଲ୍ ଭାଙ୍ଗିଲେ ୫ ହଜାର ଟଙ୍କା ଜରିମାନା, ବାଇକ୍ରେ ୩ ଜଣ ବସି ଯାଉଥିଲେ ୫ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଆମ୍ବୁଲାନ୍ସ ପରି ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ଦେବେ । ସେହିପରି ହିଟ୍ ଆଣ୍ଡ ରନ୍ କେସ୍ରେ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ।