ଗଞ୍ଜାମ(କେନ୍ୟୁଜ୍): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୟନଗର – ଓସ୍ତା ରାସ୍ତା ପାର୍ଶ୍ବରେ ଶିଶୁ ସନ୍ତାନ ଭୃଣ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ଆଖ ପାଖ ଗାଁ ଲୋକମାନେ ରୁଣ୍ଡ ହୋଇଥିଲେ ।
ସ୍ଥାନୀୟ ଲୋକମାନେ କହିବା ଅନୁସାରେ ଆଜି ସକାଳୁ ସକାଳୁ କେହି ପଲିଥିନରେ ଭର୍ତ୍ତି କରି ସେଠାରେ ଭୃଣ ଟିକୁ ଫିଙ୍ଗି ଚାଲି ଯାଇଛି। କାଉ କୁକୁର ଖାଉଥିବାର ଦେଖି ପହଁଚିଥିଲେ ସ୍ଥାନୀୟ ଲୋକେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।