Below header

ଅଭିଯୁକ୍ତ ଗୋପାଳ ଦାସର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ: କେଉଁ ଜେଲରେ ରଖାଯିବ, ଚାଲିଛି ବିଚାର ବିମର୍ଶ

ଗୋପାଳ ପାଇଁ ସ୍ୱତନ୍ତ୍ର ସେଲ! କେଉଁ ଜେଲରେ ରଖାଯିବ, ତାକୁ ନେଇ ଚାଲିଛି ବିଚାର ବିମର୍ଶ । ଗୋପାଳକୁ ଚୌଦ୍ୱାର ସର୍କଲ ଜେଲ୍‌କୁ ସ୍ଥାନାନ୍ତର ହୋଇପାରେ।

ଝାରସୁଗୁଡା (କେନ୍ୟୁଜ): ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଏବେ କେଉଁଠି ରହିବ ? ଗୋପାଳର ସୁରକ୍ଷା ନେଇ ଜେଲ ବିଭାଗର ଚିନ୍ତା ବଢ଼ିଛି । ଘଟଣାର ଗମ୍ଭୀରତାକୁ ନଜରରେ ରଖି ତାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହାସହ ଗୋପାଳ ଜଣେ ମାନସିକ ରୋଗୀ । ତେଣୁ କେଉଁ ଜେଲରେ ରଖାଯିବ, ତାକୁ ନେଇ ଚାଲିଛି ବିଚାର ବିମର୍ଶ । ଗୋପାଳକୁ ଚୌଦ୍ୱାର ସର୍କଲ ଜେଲ୍‌କୁ ସ୍ଥାନାନ୍ତର ହୋଇପାରେ । ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ସବ୍‌ ଜେଲ କର୍ତ୍ତୃପକ୍ଷ ଏନେଇ ଜେଲ୍‌ ଡିଜିଙ୍କୁ ଅନୁରୋଧ କରିଥିଲେ । ଜେଲ ଡିଜି ମନୋଜ ଛାବ୍ରା ଏହାକୁ ଅନୁମୋଦନ କରିଛନ୍ତି ।

ତେବେ ଝାରସୁଗୁଡ଼ା ସବ୍‌ ଜେଲ ପକ୍ଷରୁ ଏନେଇ ଝାରସୁଗୁଡ଼ା କୋର୍ଟରେ ଆବେଦନ କରାଯିବ । କୋର୍ଟଙ୍କ ଅନୁମତି ମିଳିବା ପରେ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯିବ । ଜେଲରେ ଗୋପାଳର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାକୁ ଚୌଦ୍ୱାର ସର୍କଲ ଜେଲର ସ୍ୱତନ୍ତ୍ର ସେଲରେ ରଖାଯିବ । ଗୋପାଳ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ । ସିସିଟିଭି କ୍ୟାମେରାରେ କଏଦ ହେବ ପ୍ରତି ସେକେଣ୍ଡର ଦୃଶ୍ୟ । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗୋପାଳ ଦାସ ଏବେ ଝାରସୁଗୁଡ଼ା ଜେଲ୍‌ରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.