Below header

ଆଜି ଉପସ୍ଥାପିତ ହେବ ୨୦୨୧-୨୨ ରାଜ୍ୟ ବଜେଟ୍‌, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଜଳସେଚନ, କୃଷି ଉପରେ ରହିପାରେ ଫୋକସ

କେନ୍ୟୁଜ୍(ବ୍ୟୁରୋ):  ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଏଥର ବଜେଟ ଆକାର ୧ ଲକ୍ଷ ୭୦ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ । ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଜଳସେଚନ, କୃଷି ଉପରେ ରହିପାରେ ଫୋକସ । ଗତ ଥର ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବ୍ୟୟ ବରାଦ ଥିଲା ୭ ହଜାର ୭ଶହ କୋଟି ଟଙ୍କା। ଯାହା ୫ ବର୍ଷରେ ଦି’ଗୁଣ ହୋଇଥିଲା। ଏବେ କୋଭିଡ ମୁକାବିଲା ସହ ଟିକାକରଣ ଚାଲିଛି। ତେଣୁ ସ୍ୱାସ୍ଥ୍ୟ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅର୍ଥ ବରାଦ ହୋଇପାରେ। ସ୍ୱାସ୍ଥ୍ୟ-କୃଷି ବାଦ୍ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଅଧିକ ଫୋକସ କରିପାରନ୍ତି ।

budget health

ପୁରୀ ଐତିହ୍ୟ କରିଡର ପାଇଁ ଗତ ଥର ଅବଢା ଯୋଜନାରେ ୬୯୫ କୋଟି ଟଙ୍କା ଦିଆଯାଇଥିଲା। ଏଥର ପୁରୀ ଐତିହ୍ୟ କରିଡ଼ର ପାଇଁ ଗତଥର ଅପେକ୍ଷା ଅଧିକ ଅର୍ଥ ବରାଦ ହୋଇପାରେ। ସେହିପରି ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ଲାନ, ମାଆ ସମଲଶ୍ୱେରୀ ମନ୍ଦିର ସହ ସୁନ୍ଦରଗଡ଼ର ହକି ଷ୍ଟାଡ଼ିୟମ ପାଇଁ ବଜେଟରେ ବ୍ୟୟ ବରାଦ ହୋଇପାରେ । ଗତବର୍ଷ କୋଭିଡ୍ ଯୋଗୁଁ ଅର୍ଥନୀତି ସଙ୍କୁଚିତ ହୋଇଥିଲେ ମଧ୍ୟ ନିବେଶ ଉତ୍ସାହ ଜନକ ରହିଛି। ତେଣୁ ଅଧିକ ଅଭିବୃଦ୍ଧି ଲକ୍ଷ୍ୟରେ ବଜେଟ ଆକାର ବଢିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.