ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି

 state election commissionଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି। ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ବୁଥ୍ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଏଥର ସାଧାରଣ ନିର୍ବାଚନରେ VVPAT ବ୍ୟବହାର କରାଯିବ। ପ୍ରତି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମ୍ ତିଆରି ହେବ। ଷ୍ଟ୍ରଙ୍ଗ ରୁମ୍ କେଉଁଠାରେ କରାଯିବ ସେନେଇ ରିପୋର୍ଟ ମଗାଯାଇଛି। ଏହା ସହ ସାଧାରଣ ଭୋଟରଙ୍କୁ ସଚେତନ କରିବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।