ଛି.. କି ଲଜ୍ଜା ! ନାବାଳିକା ଝିଅକୁ ଦୁଷ୍କର୍ମ କରି ଜେଲ୍ ଗଲା ସାବତ ବାପା

ଜଣେ ନାବାଳିକାକୁ ତାହାର ସାବତ ବାପା ଦ୍ବାରା ବାରମ୍ବାର ଦୁଷ୍କର୍ମ ହୋଇଥିବା ନେଇ ନାବାଳିକା ଜଣକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛି ।  ସାବତ ବାପା ସତ୍ୟବାନ ନାଏକ ବାରମ୍ବାର ଘରେ  ଆସି ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା ।

ଉଦଳା(କେନ୍ୟୁଜ୍): ସାବତ ବାପା ସାଜିଲା ପିଶାଚ । ନାବାଳିକା ଝିଅକୁ କରିଲା ବାରମ୍ବାର ଦୁଷ୍କର୍ମ । ଆଉ ଅନ୍ତଚିରି ଜନ୍ମ ଦେଇଥିବା ମା ବି ଭୁଲିଗଲା ସ୍ନେହ ମମତା । ସାବତ ବାପାକୁ ଏଭଳି ଏକ ଘଟଣାରେ କରିଲା ସହଯୋଗ । ଶେଷରେ ନିଜ ଜୀବନ ବଞ୍ଚାଇବା ପାଇଁ ପୋଲିସର ଦ୍ୱାରସ୍ଥ ହେଲା ନାବାଳିକା । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଂଚଳରେ । ଜଣେ ନାବାଳିକାକୁ ତାହାର ସାବତ ବାପା ଦ୍ବାରା ବାରମ୍ବାର ଦୁଷ୍କର୍ମ ହୋଇଥିବା ନେଇ ନାବାଳିକା ଜଣକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛି ।  ସାବତ ବାପା ସତ୍ୟବାନ ନାଏକ ବାରମ୍ବାର ଘରେ  ଆସି ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା ।

ଏଭଳି ଘଟଣାରେ ମାଆ ଚୁମକି ନାଏକ ବାରମ୍ବାର ସହଯୋଗ କରି ଆସୁଥିଲା । ଶେଷରେ ଗତକାଲି ନାବାଳିକା ଜଣକ ଘରୁ ଲୁଚି ଆସି ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସାବତ ବାପା ଏବଂ ମାଆକୁ ଗିରଫ କରି କୋର୍ଟଚାଲାଣ କରିଛି । ସାବତ ବାପା ନାବାଳିକା ଝିଅକୁ ଏକ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିବା ବେଳେ ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲା । ପୋଲିସ ନାବାଳିକା ଝିଅକୁ ଉଦ୍ଧାର କରି ଥଇଥାନ କେନ୍ଦ୍ରକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.