ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି, ହେଲେ ୨୨୪ ଗାଁର ଲୋକେ ଏବେ ବି ପାଣି ଘେରରେ

ଜଳେଶ୍ବର(କେନ୍ୟୁଜ୍):ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି । ନଦୀରେ ଜଳ ସ୍ତର କମୁଛି, କିନ୍ତୁ ଜଳବନ୍ଦୀଙ୍କ ଦୁର୍ଦ୍ଦଶା ବଢୁଛି । ୨୨୪ ଗାଁର ଲୋକେ ଏବେ ପାଣି ଘେରରେ। ଜଳମଗ୍ନ ହୋଇ ରହିଛି ହଜାର ହଜାର ହେକ୍ଟର ଚାଷଜମି। ବନ୍ୟା ଘେରରେ ଏବେ ଅନେକ ଗାଁ ରହିଥିବାରୁ ଅନେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳୀରେ ରେ ରଖାଯାଇଛି।

ସେହିଭଳି ଲୋକମାନଙ୍କ ପାଇଁ ଫ୍ରୀ କିଚେନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତାର ବହୁ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି । ଭୋଗରାଇ ବ୍ଲକର ୧୫ ପଞ୍ଚାୟତର ୨୭ ଗାଁ , ଜଳେଶ୍ଵର ବ୍ଲକର ୨୮ ପଞ୍ଚାୟତର ୫୪ ଗାଁ ଓ ବାଲିଆପାଳ ବ୍ଲକର ୧୮ ପଞ୍ଚାୟତ ର ୧୦୩ ଗାଁ ଲୋକେ ପ୍ରଭାବିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.