ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବାଲୁକା କଳାରେ ବିଶ୍ୱ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ

କ୍ରିସମାସ ଅବସରରେ ବାଲୁକା କଳାରେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ । ଏହି ବାଲୁକାକଳାରେ ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର କରି ନିର୍ମିତ ହୋଇଛି ଏହି ସାଣ୍ଟା କ୍ଲଜ ।

ପୁରୀ(କେନ୍ୟୁଜ) : ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରିସମାସ ଅବସରରେ ବାଲୁକା କଳାରେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ । ଏହି ବାଲୁକାକଳାରେ ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର କରି ନିର୍ମିତ ହୋଇଛି ଏହି ସାଣ୍ଟା କ୍ଲଜ । ବ୍ଲୁ ଫ୍ଲାଗ ବିଚରେ ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି ବାଲୁକାକଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

କ୍ରିସମାସ ଅବସରରେ ସାଣ୍ଟା କ୍ଲଜ୍ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା । ବାଲୁକା କଳାଟିରେ ସାଂଟାକ୍ଲଜ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ world record books of India ।

ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ତେବେ ବ୍ଲୁ ଫ୍ଲାଗ ବୀଚଠାରେ ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ପକ୍ଷରୁ ସୁଦର୍ଶନ ପଟ୍ଟନାୟକଙ୍କୁ ମେଡାଲ ଏବଂ ପ୍ରଣାମପତ୍ର ପ୍ରଦାନ କରାଯାଇଛି । ଏହି ବାଲୁକା କଳା ଦେଖିବାକୁ ବେଳାଭୂମି ରେ ପର୍ଯ୍ୟଟକ ମାନଙ୍କର ଖୁବ ଭିଡ ଜମିଥିଲା । ବଡଦିନରେ ପୁରୀକୁ ଛୁଟି କାଟିବା ଲାଗି ଆସିଥିବା ପର୍ଯ୍ୟଟକ ମାନେ ବିଶାଳ ସାଣ୍ଟା କ୍ଲସ ଦେଖି ବେଶ ଖୁସିବ୍ୟକ୍ତ କରିଛନ୍ତି । ଏହି ବାଲୁକା କଳା ବିଶ୍ୱ ରେକର୍ଡ କରିଥିବାରୁ ଓଡିଶାବାସୀ ଖୁବ ଗର୍ବିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.