ଫିକା ପଡିଲା ରକ୍ତ ସମ୍ପର୍କ : ସାନ ଭାଇକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ବଡ଼ଭାଇ

ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ବଡ଼ଭାଇ। ଭବାନୀପାଟଣା ଟାଉନ ଥାନା ବାହାଦୁର ବଗିଚାପଡ଼ାରେ ଏହି ହତ୍ୟାକାଣ୍ଡ ଘଟିଛି।

କଳାହାଣ୍ଡି (କେନ୍ୟୁଜ): ଫିକା ପଡିଲା ରକ୍ତ ସମ୍ପର୍କ। ଭାଇକୁ ମାରିଲା ଭାଇ। ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ବଡ଼ଭାଇ। ଭବାନୀପାଟଣା ଟାଉନ ଥାନା ବାହାଦୁର ବଗିଚାପଡ଼ାରେ ଏହି ହତ୍ୟାକାଣ୍ଡ ଘଟିଛି।

ଅଭିଯୋଗ ଅନୁୟାୟୀ, ଗତକାଲି ବିଳମ୍ବିତ ରାତିରେ ସାନ ଭାଇ ଗଣେଶ ବାଗ ଓ ବଡ଼ ଭାଇ ମହେନ୍ଦ୍ର ବାଗଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମହେନ୍ଦ୍ର ଏକ ପେଚକଚ ସାହାଯ୍ୟରେ ଗଣେଶଙ୍କ ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ବଡ଼ଭାଇ ମହେନ୍ଦ୍ର ନିଜେ ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.