୧ଲକ୍ଷ ୧୦୮ ଥର ପ୍ରଭୁ ଶ୍ରୀରାମଙ୍କ ନାଁ ଲେ୍ଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇଲେ କେନ୍ଦୁଝରର ସୁଶ୍ରୀ ସୁମନ ପତି
କେନ୍ଦୁଝର ପୁରୁଣା ସହର ନିବାସୀ ପ୍ରସନ୍ନ ପତି ଓ ଚନ୍ଦ୍ରପ୍ରଭା ପତିଙ୍କ ଝିଅ ସୁଶ୍ରୀ ସୁମନ ପତି ଗତ ମାର୍ଚ୍ଚ ମାସ ୧୪ ରୁ ଲେଖା ଦ୍ୱାରା ଏହି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ।ମାର୍ଚ୍ଚ ୧୭ ତାରିଖରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ ।
କେନ୍ଦୁଝର(କେନ୍ୟୁଜ୍): ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇଲେ କେନ୍ଦୁଝରର ସୁଶ୍ରୀ ସୁମନ ପତି । ପ୍ରଭୁ ଶ୍ରୀରାମଙ୍କ ନାଁ ୧ଲକ୍ଷ ୧୦୮ ଥର ଲେଖି ଏବଂ ସେହି ଲେଖା ଦ୍ୱାରା ଶ୍ରୀରାମଙ୍କ ଦରବାର ଚିତ୍ର ଆଙ୍କି ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । କେନ୍ଦୁଝର ପୁରୁଣା ସହର ନିବାସୀ ପ୍ରସନ୍ନ ପତି ଓ ଚନ୍ଦ୍ରପ୍ରଭା ପତିଙ୍କ ଝିଅ ସୁଶ୍ରୀ ସୁମନ ପତି ଗତ ମାର୍ଚ୍ଚ ମାସ ୧୪ ରୁ ଲେଖା ଦ୍ୱାରା ଏହି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ।
ମାର୍ଚ୍ଚ ୧୭ ତାରିଖରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । ଶେଷରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି । ପିଲାଟି ଦିନରୁ ଚିତ୍ର ଆଙ୍କିବା ପ୍ରତି ରୁଚି ରଖୁଥିବା ସୁଶ୍ରୀ ଫାଇନ୍ ଆର୍ଟ, ସ୍ୟାଣ୍ଡ୍ ଆର୍ଟ ଏବଂ ଆନିମେସନ୍ ଆଦିରେ ପାରଦର୍ଶିତା ହାସଲ କରିଛନ୍ତି ।