ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌, SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କଲେ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କରିଛନ୍ତି।

ପ୍ରଥମେ ଟଙ୍କା ନାହିଁ କେମିତି ଦେବି ବୋଲି କହିବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି। ପ୍ରତିମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେବାକୁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏପଟେ ପାରିବାରିକ ବିବାଦ ମାମଲାରେ କାଉନସେଲିଂ ପାଇଁ ଡାକ୍ତର ସୁମିତ ଫ୍ୟାମିଲି କୋର୍ଟରେ ହାଜର ହୋଇଥିବାବେଳେ ତପସ୍ୱିନୀ ଅନୁପସ୍ଥିତ ଥିବାରୁ କାଉନସେଲିଂ ହୋଇପାରିଲାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.