ବଲାଙ୍ଗିର:କଳହ ହେଲା କାଳ, ଶ୍ୱଶୁର ଘରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କେନ୍ୟୁଜ୍(ବ୍ୟୁରୋ):  ପାରିବାରିକ କଳହର କରୁଣ ପରିଣତି। ଶ୍ୱଶୁର ଘରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ବଲାଙ୍ଗିର ଲୋଇସିଂହା ଥାନା ଫଟାମୁଣ୍ଡ ଗାଁରେ ଘଟିଛି ଏହି ଅଘଟଣ। ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଗଲା ନୃଶଂସ ସ୍ୱାମୀ। ମୃତ ମହିଳା କସ୍ତୁରୀ ସାହୁ।

କସ୍ତୁରୀ ଓ ତାଙ୍କ ସ୍ୱାମୀ ଗାନ୍ଧୀଲାଲଙ୍କ ମଧ୍ୟରେ କଳହ ଲଗିରହିବାରୁ ଗତ ୩ ମାସ ତଳେ ସେ ତାଙ୍କ ଦୁଇ ସନ୍ତାନକୁ ଧରି ବାପଘରକୁ ଚାଲିଆସିଥିଲେ। ତେବେ ଗତକାଲି ଅଭିଯୁକ୍ତ ସ୍ୱାମୀ ଗାନ୍ଧିଲାଲ ଶ୍ୱଶୁର ଘରେ ପହଞ୍ଚି ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଛି। ଲୋଇସିଂହା ପୋଲିସ ଓ ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.