ବହୁ ରେକର୍ଡର ଅଧିକାରୀ ରାଜେଶ ଓ ସୁରଜ, ଇଲେକ୍ଟ୍ରିକ ସକରୁ ବଞ୍ଚିବା ପାଇଁ ଉଦ୍ଭାବନ କରିଛନ୍ତି ଡିଭାଇସ

କିଛି ନିଆରା ଉଦ୍ଭାବନ କରି ଆଜି ସାରା ଦୁନିଆରେ ପରିଚିତ ଦୁଇ ଭାଇ । ପେଶାରେ ଛୋଟିଆ ବ୍ୟବସାୟୀ ଥିବା ଦୁୁଇ ଭାଇ ନିଆରା ଜିନିଷ ସବୁ ଉଦ୍ଭାବନ କରି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି । ଦୁଇ ଭାଇଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ କେବଳ କମର୍ସରେ ଗ୍ରାଜୁଏସନ । ଦୁହିଁଙ୍କ ସଫଳତା ପାଇଁ ପରିବାର ଲୋକ ବହୁତ ଖୁସି । ସମ୍ବଲପୁର ଧନୁପାଲି ମେହେର କଲୋନୀର ଏହି ଦୁଇ ଭାଇଙ୍କ ଉଦ୍ଭାବନ ଦେଖିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ।

innovation 2

ପେଶାରେ ଛୋଟିଆ ବ୍ୟବସାୟୀ। ହେଲେ ନିଶା,କିଛି ନୂଆ ଜିନିଷ ଉଦ୍ଭାବନ କରିବା। ସମ୍ବଲପୁର ଧନୁପାଲି ମେହେର କଲୋନୀର ଦୁଇ ଯୁବ ଉଦ୍ଭାବକ ରାଜେଶ ମେହେର ଓ ସୁରଜ ମେହେର। ନିକଟରେ ଦୁଇ ଜଣ ଏକ ଫିଲଟର ମେସିନ୍ ଉଦ୍ଭାବନ କରିଛନ୍ତି। ଯାହାଦ୍ୱାରା ଇଲେକ୍ଟ୍ରି ସକରୁ ବଞ୍ଚିବା ସହ ଧନଜୀବନ ହାନି ହେବ ନାହିଁ। ଏହି ମଡେଲ୍ ମେଘାଳୟରେ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ନର୍ଥ ଇଷ୍ଟ ଇନୋଭେଟର ମିଟ୍ରେ ପ୍ରଶଂସିତ ହୋଇସାରିଛି।

ରାଜେଶ ଓ ସୁରଜ ଦୁଇ ଭାଇ । ୨୦୧୩ରେ ପୃଥିବୀର ସବୁଠାରୁ ଛୋଟିଆ ଟେବୁଲ୍ ଫ୍ୟାନ୍ ଉଦ୍ଭାବନ କରି ଲିମକା ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇ ସାରିଛନ୍ତି । ୨୦୧୫ରେ ୪ ମିଟରର ଏକ ଲମ୍ବା ଟିଭି ରିମୋର୍ଟ କରି ଗିନିଜ୍ ବୁକ୍,ଲିମକା ବୁକ୍,ଇଣ୍ଡିଆ ବୁକ୍ ଓ ଗୋଲଡେନ୍ ବୁକ୍, ୟୁନିକ୍ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ଖୁସି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.