୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ , ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର

ପ୍ରଳୟଙ୍କାରୀ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଥିବା ବେଳେ ୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ । ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର । ପ୍ରଭାବିତ ହୋଇନଥିବା ଜିଲ୍ଲାରୁ ୨୫ଟି ଟିମ୍‌ ଆସି ଘର ଭଙ୍ଗା କ୍ଷୟକ୍ଷତିର ସର୍ଭେ କରିବେ । ସେହିଭଳି କାଲିସୁଦ୍ଧା ଗ୍ରାମାଞ୍ଚଳରେ ପାଣି ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ପ୍ରଧାନ ସଚିବ ଦେଓ ରଞ୍ଜନ ସିଂ । ଅଧିକ ପ୍ରଭାବିତ ଜିଲ୍ଲା ପୁରୀରେ ୮୫% ପାଣି ଯୋଗାଇ ଦିଆଯିବ । ପୁରୀରେ ୩୦୦-୪୦୦ ଟ୍ୟାଙ୍କର ପାଣି ଯୋଗାଉଛି । ମୋଟ୍‌ ୭ ଜିଲ୍ଲାକୁ ୧୨ ଲକ୍ଷ ଲିଟର ଯୋଗାଇ ଦିଆଯାଇଥିବା ବେଳେ ପୁରୀ ଜିଲ୍ଲାକୁ ୩ ଲକ୍ଷ ଲିଟର ଯୋଗାଇ ଦିଆଯାଇଛି । ସେପଟେ ୬୪୯୮ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ଖବର ଆସିଛି। ପୁରୀ ଜିଲ୍ଲାରେ ସବୁଠୁ ଅଧିକ ୨୧୩୪ ସ୍କୁଲ କ୍ଷତି। ସଂସ୍କୃତି ବିଭାଗର ୭୨ କୋଟି ଟଙ୍କାର କ୍ଷୟକ୍ଷତି। ପୁରୀରେ ୧୭.୪୫% ATM କାର୍ଯ୍ୟ କରୁଛି ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.