ଯୌତୁକ ନିର୍ଯ୍ୟାତନା ଅଭିଯୋଗକୁ ଦେଲେ ନାହିଁ ଗୁରୁତ୍ୱ, ତାଳଚେର କୋଲିଏରି ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର ନିଲମ୍ବିତ

ତାଳଚେର(କେନ୍ୟୁଜ୍): ତାଳଚେର କୋଲିଏରି ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର ନିଲମ୍ବିତ । ଯୌତୁକ ନିର୍ଯ୍ୟାତନା ଜନିତ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗରେ ସସପେଣ୍ଡ । ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତକାରୀ ଅଫିସର ଥିଲେ ସୁମିତ୍ରା । ଅଭିଯୋଗର ୧୧ ଦିନ ପରେ ପୀଡିତା ଆତ୍ମହତ୍ୟା କରିଥିଲେ । ଝିଅର ମୃତ୍ୟୁ ପରେ ପୀଡିତାଙ୍କ ପରିବାର ଲୋକ ଉତ୍ତର କେନ୍ଦ୍ରାଞ୍ଚର ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଡିଆଇଜି କୋଲିଏରୀ ଥାନାର ତଦନ୍ତକାରୀ ଅଫିସର ସୁମିତ୍ରା ପାତ୍ରଙ୍କୁ କାର୍ଯ୍ୟରେ ଅବହେଳା ଅଭିଯାଗରେ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.