ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ ଗିରଫ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆସନ୍ତା ୨୭ ତାରିଖ ଯାଏ ଜେଲରେ ରହିବେ ଅଭିମନ୍ୟୁ । କୋଟିପତି ସବଇନ୍ସପେକ୍ଟର ଅଭିମନ୍ୟୁ ନିଜ ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି କମାଇଛନ୍ତି । କୋଟିପତି ସବଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କର ୩ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହେଲାଣି। ସେଥିରେ ରହିଛି ଗୋଟିଏ ୪ ମହଲା ବିଲ୍‌ଡିଂ, ୮ଟି ପ୍ଲଟ୍‌, ୭୮ ଲକ୍ଷ ୮୦ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌, ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ମିଳିଛି। ରାଜଧାନୀ ପାଇକନଗରରେ ରହିଛି ୧୦ ହଜାର ସ୍କୋୟାର ଫୁଟରେ ନିର୍ମିତ ୪ ମହଲା ବିଲ୍ଡିଂ ।

ଯାହାର ମୂଲ୍ୟ ହେବ ଦେଢ଼ କୋଟି ଟଙ୍କା। ବିଲ୍‌ଡିଂରେ ରହିଛି ରହିଛି ୨୯ଟି ରୁମ୍‌। ନୟାଗଡ଼ର ନିଚ୍ଚିପୁର ମଧ୍ୟ ଏକ ମହଲା କୋଠା ରହିଛି। ଏହାସହ ଭୁବନେଶ୍ୱର ଏବଂ ନିଚ୍ଚିପୁରରେ ରହିଛି ୮ଟି ପ୍ଲଟ୍‌ । ୧୫ ଲକ୍ଷ ୯୦ ହଜାର ଟଙ୍କାର ସୁନାରୂପା ଅଳଙ୍କାର, ଗୋଟିଏ ଚାରି ଚକିଆ ଏବଂ ୩ଟି ଦୁଇ ଚକିଆ ଗାଡ଼ା ଠାବ ହୋଇଛି। ୧୯୮୯ରେ କନଷ୍ଟେବଳ ଭାବେ ଚାକିରୀ ଆରମ୍ଭ କରିଥିଲେ ଅଭିମନ୍ୟୁ ଚୌଧୁରୀ। ୨୦୨୨ ଭିତରେ ସେ ଅଜସ୍ର ସମ୍ପତ୍ତି ମାଲିକ ହୋଇଛନ୍ତି ସେ। ଏତେ ସମ୍ପତ୍ତିର ଉତ୍ସ କେଉଁଠି ତାର ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.