ଦ୍ବିତୀୟ ଦିନରେ ମାଆ ତରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ, କର୍ତ୍ତା ରୂପେ ଗଞ୍ଜାମ ଜିଲ୍ଲାପାଳ କଲେ ଜଳଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍):  ରାଜ୍ୟ ସରକାରଙ୍କ ଅନୁଦାନରେ ମାଆ ତରାତାରିଣୀଙ୍କ ପୀଠ ନବକଳେବର ହୋଇପାରିଛି। ଗତ କାଲିଠାରୁ ମାଆଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ମାଆଙ୍କ ପ୍ରତିଷ୍ଠା ଦିବସର ଦ୍ୱିତୀୟ ଦିନରେ ଜଳ ଯାତ୍ରା ଓ ଯଜ୍ଞ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି।  ଆଜି ମାଁଙ୍କ ପ୍ରତିଷ୍ଠା ଦିବସର ଦ୍ୱିତୀୟ ଦିନରେ ଭୋରୁ ମାଁଙ୍କ ମଙ୍ଗଳଆଳତୀ, ମଇଲମ ଲାଗି କରାଯାଇଥିଲା । ଆଜି ଜଳ ଯାତ୍ରା ସହ ଯଜ୍ଞ ଆରମ୍ଭ ହୋଇଛି । ମୁଖ୍ଯ କର୍ତ୍ତା ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଥିରେ ସାମିଲ ସାମିଲ ହୋଇଛନ୍ତି ।

ସେହିପରି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ବହୁ ଦୂର ଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି । ଋଷିକୂଲ୍ଯା ଅବବାହିକାସ୍ଥିତ ପାହାଡ ଉପରେ ଥିବା ଭବ୍ଯ ମନ୍ଦିର ପର୍ଯ୍ଯଟକ ଓ ଶ୍ରଦ୍ଧାଳୁଙ୍କୁ ମନୋରଂଜନ ସହ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଏହା ସହ ଏହି ପ୍ରତିଷ୍ଠା ଉତ୍ସବରେ ୧୮ ତାରିଖ ଦିନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ତରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ଯବସ୍ଥା ଗ୍ରହଣ କରାଯାଇଛି । ଏନେଇ ମା ତାରାତାରିଣୀ ପୀଠରୁ ଅଧିକା ସୂଚନା ଦେଉଛନ୍ତି ଆମ ଦକ୍ଷିଣ ଓଡ଼ିଶା ମୁଖ୍ଯ ପ୍ରକାଶ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.