ରାଜ୍ୟରେ ବଢୁଛି ତାତି: ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍, ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି ତାତି । ଗତକାଲି ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ସେଠାରେ ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର, ବଲାଙ୍ଗିର, ସୋନପୁର, ଅନୁଗୋଳ, ବାରିପଦା, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼ ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟରେ ୭ଟି ସହରରେ ପାରଦ ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଆଗାମୀ ଦୁଇ ତିନି ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୨-୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ସମ୍ଭାବନା ରହିଛି । ପାରଦ ୪୨ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । କେବଳ ଆଭ୍ୟନ୍ତରୀଣ ନୁହେଁ, ଉପକୁଳ ଅଞ୍ଚଳରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.