ପୁଣି ଫୋକସ୍ରେ ମାଲକାନଗିରି, ଜିଲ୍ଲାରେ ସମ୍ପୂର୍ଣ୍ଣ ମାଓ ଦମନ ପାଇଁ ହେବ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସଦର ମହକୁମା MV-3ର BSF କ୍ୟାମ୍ପରେ ପହଞ୍ଚିଲେ ADG । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା,IG ଅପରେସନ ଅମିତାଭ ଠାକୁର ଓ SIW DIG ଅନିରୁଦ୍ଧ ସିଂ ମଧ୍ୟ ପହଞ୍ଚିଛନ୍ତି । ମାଓବାଦୀଙ୍କ ଏକ ବଡ଼ ଧରଣର କ୍ୟାଂପରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ମାଲକାନଗିରି ଜିଲ୍ଲାରେ ଏକ ପ୍ରକାର ମାଓବାଦୀ ମୂଳ ପୋଛ ହେବାରେ ଲାଗିଛି। ତେଣୁ ଆଗକୁ କିଭଳି ଜିଲ୍ଲାରେ ସମ୍ପୂର୍ଣ୍ଣ ମାଓ ଦମନ ହେବ ତାକୁ ନେଇ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ଏକ ବୈଠକ ହୋଇଛି।