ପିଣ୍ଟୁ ନନ୍ଦଙ୍କ ଅଧିକ ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ଓଡ଼ିଶା ସିନେ ଆସୋସିଏସନ୍‌,ସହାୟତାର ହାତ ବଢାଇବା ନେଇ ହେଲା ଆଲୋଚନା  

କେନ୍ୟୁଜ୍(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଧିକ ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ଓଡ଼ିଶା ସିନେ ଆସୋସିଏସନ୍‌ । ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆସୋସିଏସନ୍‌ର ବୈଠକ ହୋଇଛି । ଏଥିରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ କିଭଳି ସମସ୍ତେ ସହାୟତାର ହାତ ବଢାଇବେ ସେ ନେଇ ଆଲୋଚନା ହୋଇଛି ।

 

ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା ସହ ତାଙ୍କ ଚିକିତ୍ସାରେ କିଭଳି ସହାୟତା କରିହେବ ସେଥିପାଇଁ ଏକାଠି ହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏପଟେ ଅଧିକ ଚିକିତ୍ସା ପାଇଁ ସହାୟତା ମାଗିଛନ୍ତତି ପିଣ୍ଟୁ ନନ୍ଦ । ଆର୍ଥିକ ସହାୟତା ପାଇଁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ପିଣ୍ଟୁଙ୍କ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.