ଏକାଠି ଜଳିଲେ ସ୍ବାମୀ-ସ୍ତ୍ରୀ, ସ୍ବାମୀର ମୃତ୍ୟୁକୁ ସହି ନ ପାରି ପ୍ରାଣ ହାରିଲେ ସ୍ତ୍ରୀ

ସ୍ବାମୀର ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ। ଘଣ୍ଟାଏ ପରେ ପତ୍ନୀ ବି ପ୍ରାଣ ହରାଇଲେ। ଶେଷରେ ଗୋଟିଏ ଚିତାରେ ଏକାଠି ଜଳିଲା ଦମ୍ପତିଙ୍କ ମର ଶରୀର। ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ୧୨ ନଂ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସ୍ବାମୀର ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ। ଘଣ୍ଟାଏ ପରେ ପତ୍ନୀ ବି ପ୍ରାଣ ହରାଇଲେ। ଶେଷରେ ଗୋଟିଏ ଚିତାରେ ଏକାଠି ଜଳିଲା ଦମ୍ପତିଙ୍କ ମର ଶରୀର। ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ୧୨ ନଂ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ହରି କୁଲଦୀପ ଆଜି ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ ସ୍ବାମୀଙ୍କ ମୃତ୍ୟୁ ଦୁଃଖକୁ ସହି ପାରିଲେ ନାହିଁ ପତ୍ନୀ।

ସ୍ବାମୀଙ୍କ ମରଶରୀର ଡାକ୍ତରଖାନାରୁ ଫେରିବା ପରେ ମୃତଦେହକୁ ଧରି ପତ୍ନୀ ବାହୁନି ବାହୁନି କାନ୍ଦି ଅଚେତ ହୋଇପଡ଼ିଥିଲା। ଅଚେତ ଅବସ୍ଥାରେ ତାଙ୍କୁ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ପତ୍ନୀ ପ୍ରାଣ ହରାଇବା ବିୟୋଗକୁ ସହି ନ ପାରି ମୃତ୍ୟୁବରଣ କରିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଦମ୍ପତିଙ୍କ ମୃତଦେହକୁ ଗୋଟିଏ ଚିତାରେ ରଖି ଶେଷକୃତ୍ୟ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.