ଜାଣନ୍ତୁ କିପରି ପ୍ରସ୍ତତୁ କରିବେ ସୋୟାବିନ୍‌ ପକୋଡି, ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ

ଆପଣ ସୋୟାବିନ୍‌ରେ ଅନେକ ପ୍ରକାରର ରେସିପି ତିଆରି କରିଖାଇ ଥିବେ । ହେଲେ କେବେ ସୋୟାବିନ୍‌ରେ ପକୋଡି ପ୍ରସ୍ତତୁ କରିଖାଇନଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ନୂଆ ରେସିପି ବିଷୟରେ ଜଣାଇବୁ ।

ବର୍ତ୍ତମାନ ଶୀତ ଋତୁ ଆସିଗଲାଣି ସେଥିପାଇଁ ସନ୍ଧ୍ୟା ହେବା ମାତ୍ରେ ଘରେ ପିଲାମାନେ କିଛି ନା କିଛି ଖାଇବା ପାଇଁ ଜିଦି କରିଥାନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଏପରି ରେସିପି ବିଷୟରେ କହିବୁ ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଏବଂ ବନାଇବା ପାଇଁ ମଧ୍ୟ ବହୁତ ସହଜ । ତେବେ ଆପଣ ସୋୟାବିନ୍‌ରେ ଅନେକ ପ୍ରକାରର ରେସିପି ତିଆରି କରିଖାଇ ଥିବେ । ହେଲେ କେବେ ସୋୟାବିନ୍‌ରେ ପକୋଡି ପ୍ରସ୍ତତୁ କରିଖାଇନଥିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ନୂଆ ରେସିପି ବିଷୟରେ ଜଣାଇବୁ ।

ଆବଶ୍ୟକ ସାମଗ୍ରୀ :
୪ କପ୍‌ ସୋୟାବିନ୍‌
୪ ଟି ମିଡିୟମ ସାଇଜର ସିଜା ଆଳୁ
୨ ଇଞ୍ଚ୍‌ ଅଦା
୧ ବଡ ରସୁଣ
ଅଳ୍ପ ଧଣିଆ ପତ୍ର
୪ ଚାମଚ୍‌ ମଇଦା
୮ ଚାମଚ୍‌ କନଫ୍ଲୋର୍
୨ କପ୍‌ ବିନା ଫ୍ଲେବରର କନ୍‌ଫ୍ଲେକ୍ସ
୧ ଟେବଲ ସ୍ପୁନ୍‌ ଲଙ୍କା ଗୁଣ୍ଡ
୧ ଟେବଲ ସ୍ପୁନ୍‌ ମରିଚ ଗୁଣ୍ଡ
୧ ଟେବଲ ସ୍ପୁନ୍‌ ଜିରା ଗୁଣ୍ଡ
୧ ଟେବଲ ସ୍ପୁନ୍‌ ଗରମ ମସଲା
୧ ଟେବଲ ସ୍ପୁନ୍‌ ଚାଟ୍‌ ମସଲା
ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ
ଛାଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତତୁି ପ୍ରଣାଳୀ :
ଏହି ସୋୟାବିନ୍‌ ପକୋଡି ପ୍ରସ୍ତତୁ କରିବା ପାଇଁ ପ୍ରଥମେ ସୋୟାବିନ୍‌କୁ ଗରମ ପାଣିରେ ୧୫ ମିନିଟ୍‌ ଭିଜେଇ ଦେବେ । ସୋୟାବିନ୍‌ ଭିଜି ଗଲା ପରେ ତାକୁ ଭଲ ଭାବେ ଚିପୁଡି ଦେବେ ଓ ଗ୍ରାଇଣ୍ଡିଂ କରିଦେବେ । ଗ୍ରାଇଣ୍ଡିଂ କରିଥିବା ସୋୟାବିନ୍‌ରେ ଗ୍ରେଟ୍‌ କରିଥିବା ଅଦା ଓ ରସୁଣ, କାଟି ଥିବା ଧଣିଆ ପତ୍ର, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁସାରେ ହଳଦୀ, ମରିଚ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗରମ ମସଲା, ଚାଟ୍‌ ମସଲା, ୪ ଚାମଚ କନଫ୍ଲୋର୍ ନେଇ ଏହାକୁ ଭଲ ଭାବେ ମିଶାଇ ଦେବେ । ସେହି ସବୁ ଜିନିଷକୁ ଭଲ ଭାବେ ମିଶେଇବା ପାରେ ସେଥିରେ ସିଜାଇ ଥିବା ଆଳୁ ପକାଇ ତାକୁ ଅଟା ଚକୁଡିବା ଭଳି ଚକୁଡି ଦେବେ ।

ଏହା ପରେ ଏହି ପକୋଡିକୁ କ୍ରିସ୍ପି କରିବା ପାଇଁ କନ୍‌ଫ୍ଲେକ୍ସକୁ ହାଲ୍‌କା ଚୁନା କରିଦେବେ । ଏହା ସହ ମଇଦା ଓ କନଫ୍ଲୋର୍ରେ ମରିଚ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ଭଲ ଭାବେ ମିଶାଇ ଦେବେ । ଏହା ପରେ  ସୋୟାବିନ୍‌ର ମିଶ୍ରଣକୁ ଗୋଟିଏ ଆକାର ଦେଇ ଦେବେ । ତାପରେ ମଇଦା ଓ କନଫ୍ଲୋର୍ ମିଶ୍ରଣରେ ସେହି ସୋୟାବିନ୍‌କୁ ଅଳ୍ପ ବୁଡାଇ ଦେବେ ଓ ଗୁଣ୍ଡ କରିଥିବା କନ୍‌ଫ୍ଲେକ୍ସରେ ତାକୁ ଏପଟ ସେପଟ କରି ୫ ରୁ ୧୦ ମିନିଟ୍‌ ବାହାରେ ରଖିଦେବେ ।

ଏହା ପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲ ଗରମ ହେବା ପାଇଁ ଛଡିଦେବେ । ଦେଖେିବେ ତେଲ ଗରମ ହେବା ପରେ ସେଥିରେ ସାଇଜ୍‌ କରିରଖିଥିବା ସୋୟାବିନ୍‌କୁ ଛାଣିବା ଆରମ୍ଭ କରିବେ । ଏହା ସହ ଧ୍ୟାନ ରଖିବେ ଯେପରି ଛଣିବା ବେଳେ ଏହି ପକୁଡି ଭଲ ଭାବେ କ୍ରିସ୍ପି ହେବ । ଛାଣିବା ପରେ ଦେଖିବେ ଏହି ସୋୟାବିନ୍‌ ପକୋଡି ଖାଇବା ପାଇଁ କେତେ ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.