ବର୍ଷା ପରେ ଉପରମୁହାଁ ହେବ ପାରଦ, ଆଗାମୀ ୩ ଦିନରେ ୮ରୁ ୧୦ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା

ଆଜିଠୁ ବଢିବ ତାତି । ଉପରମୁହାଁ ହେବ ପାରଦ । ୩ଦିନ ଲଗାଣ ବର୍ଷା ପରେ ଆଜିଠୁ ପାଗ ଫିଟିଛି । ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏ ବୃଦ୍ଧି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବଢିବ ତାତି । ଉପରମୁହାଁ ହେବ ପାରଦ । ୩ଦିନ ଲଗାଣ ବର୍ଷା ପରେ ଆଜିଠୁ ପାଗ ଫିଟିଛି । ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏ ବୃଦ୍ଧି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଯାଏ ରେକର୍ଡ ହେବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢିବ ତାପମାତ୍ରା । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ ।

ଗତ ତିନି ଦିନ ହେଲା ଓଡ଼ିଶାରେ ଅସ୍ବାଭାବିକ ପାଗ ଲାଗି ରହିଥିଲା। ଟାଇଁ ଟାଇଁ ଖରା ପରେ ମାଡ଼ି ଆସିଥିଲା ବର୍ଷା। ଭୀଷଣ ବର୍ଷା ପାଗକୁ ପୂରା ଶୀତୁଆ କରି ଦେଇଥିଲା। ଶୀତଦିନ ଠାରୁ ଅଧିକ ଥରାଇଥିଲା ଖରା ଦିନିଆ ଶୀତ। ଆଜି ସକାଳୁ ମଧ୍ୟ ଅସ୍ବାଭାବିକ ପାଗ ଲାଗି ରହିଥିଲା। ଟ୍ବିନ୍ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଗତକାଲି ୧୯.୨ ଡିଗ୍ରୀ ରେକର୍ଡ ହୋଇଥିଲା। ପୂର୍ବରୁ କେବଳ ୧୯୭୦ ମସିହାରେ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରୀକୁ ଖସିଥିଲା। ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୧୦ ଡିଗ୍ରୀ ତଳେ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.