ଚୀନ୍‌ର ଦାବି ଉପରେ ଆମେରିକାର ବଡ଼ ବୟାନ, ‘ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ…’

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବରେ ମାନ୍ୟତା ଦେଇଛି ।

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହି ରାଜ୍ୟକୁ ଭାରତୀୟ ଅଞ୍ଚଳ ଭାବରେ ଆମେରିକା ମାନ୍ୟତା ଦେଇଛି । ଅରୁଣାଚଳ ପ୍ରଦେଶ ଉପରେ ଚୀନ୍‌ର ଭୁଲ ଦାବିକୁ ନେଇ ଆମେରିକା ଏ କଥା ସ୍ପଷ୍ଟ ଭାବେ କହିଛି ।

ଆମେରିକା କହିଛି ଯେ ଏହା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବରେ ମାନ୍ୟତା ଦେଇଛି ଏବଂ Line of Actual Control (ଏଲ୍‌ଏସି)ର ଆଖପାଖ ଅଞ୍ଚଳକୁ ଦାବି କରିବାର ଚେଷ୍ଟାକୁ ଦୃଢ଼ତାର ସହ ବିରୋଧ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅରୁଣାଚଳ ଗସ୍ତକୁ ନେଇ ଚୀନ୍ ସେନା ରାଜ୍ୟ ଉପରେ ନିଜର ଦାବି ଦୋହରାଇଥିଲା, ଯାହାର କିଛି ଦିନ ପରେ ଆମେରିକାର ଜଣେ ସରକାରୀ ପ୍ରବକ୍ତା ଏ କଥା କହିଛନ୍ତି ।

ଚଳିତ ସପ୍ତାହ ପୂର୍ବରୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ତଥା ବରିଷ୍ଠ କର୍ଣ୍ଣେଲ ଝାଙ୍ଗ୍‌ ଶିୟାଓଗାଙ୍ଗ୍‌ କହିଥିଲେ ଯେ ଜିଜାଙ୍ଗର ଦକ୍ଷିଣ ଭାଗ (ଚୀନ ତିବ୍ଦତକୁ ଯେଉଁ ନାମ ଦେଇଛି) ଚୀନର ଏକ ଅନ୍ତର୍ନିହିତ ଅଂଶ । ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତ ବୋଲି କହୁଥିବା ଚୀନ ଏହି ରାଜ୍ୟରେ ଭାରତୀୟ ନେତାଙ୍କ ଗସ୍ତକୁ ବିରୋଧ କରୁଛି ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୯ରେ ଅରୁଣାଚଳ ପ୍ରଦେଶରେ ୧୩,୦୦୦ ଫୁଟ ଉଚ୍ଚରେ ନିର୍ମିତ ସେଲା ସୁଡ଼ଙ୍ଗକୁ ଦେଶକୁ ସମର୍ପିତ କରିଥିଲେ ।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ପ୍ରଧାନ ଉପପ୍ରବକ୍ତା ବେଦାନ୍ତ ପଟେଲ ବୁଧବାର କହିଛନ୍ତି, ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବରେ ସ୍ୱୀକୃତି ଦେଇଛି । ଏଲ୍‌ଏସିରେ ସାମରିକ କିମ୍ବା ବେସାମରିକ ଅନୁପ୍ରବେଶ ମାଧ୍ୟମରେ କ୍ଷେତ୍ରୀୟ ଦାବି କରୁଥିବା କୌଣସି ବି ଏକପାଖିଆ ପ୍ରୟାସକୁ ଆମେ କଡ଼ା ବିରୋଧ କରୁଛୁ ।

କହି ରଖୁଛୁ ଯେ ଅରୁଣାଚଳ ପ୍ରଦେଶ ଉପରେ ଚୀନର କ୍ଷେତ୍ରୀୟ ଦାବିକୁ ଭାରତ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ଭାରତ କହିଛି ଯେ ଏହି ରାଜ୍ୟ ହେଉଛି ଦେଶର ଅବିଚ୍ଛେଦ୍ୟ ଅଙ୍ଗ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଅରୁଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ ତଥା ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.