ସାମ୍ନାକୁ ଆସିଲା ‘ଦି କ୍ରୁ’ର ଆଉ ଏକ ନୂଆ ସଙ୍ଗ୍, ଜାଣନ୍ତୁ କେବେ ରିଲିଜ୍ ହେବ ଫିଲ୍ମ
ଫ୍ୟାନ୍ସ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଦି କ୍ରୁ’ କୁ ସିନେମା ହଲ୍ରେ ଦେଖିବା ପାଇଁ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ସେବେଠାରୁ ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ଫିଲ୍ମର ଅନେକ ଗୀତ ରିଲିଜ୍ କରିଥିଲେ । ଏହି ଗୀତଗୁଡ଼ିକ ହିଟ୍ ହେବା ପରେ ଏବେ ଫିଲ୍ମର ଆଉ ଏକ ନୂଆ ଗୀତ ‘ଚୋଲି’ ରିଲିଜ୍ ହୋଇଛି ।

ଗ୍ଲାମର ଇଣ୍ଡଷ୍ଟ୍ରୀର ତିନିଜଣ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସୁନ୍ଦରୀ ଖୁବ୍ ଶୀଘ୍ର ନିଜର ନୂଆ ଫିଲ୍ମକୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ ଆମେ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନଙ୍କ ବିଷୟରେ କହୁଛୁ । ଏବେ ଫ୍ୟାନ୍ସ ସେମାନଙ୍କ ଫିଲ୍ମ ‘ଦି କ୍ରୁ’ କୁ ସିନେମା ହଲ୍ରେ ଦେଖିବା ପାଇଁ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ସେବେଠାରୁ ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ଫିଲ୍ମର ଅନେକ ଗୀତ ରିଲିଜ୍ କରିଥିଲେ, ଯେଉଁଥିରେ ‘ନ୍ୟାନା’ ଏବଂ ‘ଘାଗରା’ ଭଳି ଗୀତର ନାମ ସାମିଲ ଥିଲା । ତେବେ ଏହି ଗୀତଗୁଡ଼ିକରେ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନଙ୍କ ଡ୍ୟାନ୍ସର ଝଲକ ଦେଖିବାକୁ ମିଳିଥିଲା । ଏହି ଗୀତଗୁଡ଼ିକ ହିଟ୍ ହେବା ପରେ ଏବେ ଫିଲ୍ମର ଆଉ ଏକ ନୂଆ ଗୀତ ‘ଚୋଲି’ ରିଲିଜ୍ ହୋଇଛି ।
‘ଚୋଲି’ ଗୀତରେ କରୀନା ଗୋଲାପୀ ରଙ୍ଗର ଶୀଢ ପିନ୍ଧି ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ତେବେ ଗୀତରେ ବେବୋ କେବଳ ତାଙ୍କ ଲୁକ୍ ନୁହେଁ ବରଂ ତାଙ୍କ କିଲର ଷ୍ଟାଇଲ୍ ମଧ୍ୟ ଦେଖାଇଛନ୍ତି । ଏପରି ଭାବେ କରୀନା ସମସ୍ତ ଲୋକଙ୍କ ମନ ଜିତିଛନ୍ତି । ଏହି ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଗାଇଛନ୍ତି । ଆପଣମାନେ ଏହି ଗୀତକୁ ପୂର୍ବରୁ ଶୁଣିଥିବେ, କାରଣ ଏହି ଗୀତ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ଖଲନାୟକ’ର । ଯାହା ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ମାଧୁରୀଙ୍କ ଦେସି ଲୁକ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଗୀତ ୨ ଦଶନ୍ଧିରୁ ଅଧିକ ସମୟ ଧରି ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ରାଜ୍ କରିଥିଲା । ତେବେ ଆଜି ବି ଏହି ଗୀତ ଲୋକଙ୍କ ପାଖକୁ ଆସିବା ମାତ୍ରେ ଏହା ପୁରୁଣା ସମୟର ସ୍ମୃତିକୁ ମନପକାଇ ଦିଏ । ତେବେ ୩୧ ବର୍ଷ ପରେ, ଏହି ଗୀତର ଏକ ନିୟୁ ବର୍ଜନ ରିଲିଜ୍ କରାଯାଇଛି । ଯେଉଁଥିରେ କରୀନା ତାଙ୍କ ଗ୍ଲାମରସ୍ ଲୁକ୍ ସହିତ ମାଧୁରୀଙ୍କୁ ଟକର୍ ଦେଉଥିବାର ନଜର ଆସିଛନ୍ତି । ଏବେ ଦେଖିବା ମଜାଦାର ହେବ ଯେ କରୀନା କପୁର, ମାଧୁରୀଙ୍କ ପରି ଏହି ଗୀତ ମାଧ୍ୟମରେ ଲୋକଙ୍କ ମନ ଜିତି ପାରୁଛନ୍ତି କି ନାହିଁ । ବର୍ତ୍ତମାନ ଏହି ଗୀତ ପାଇଁ ଦର୍ଶକଙ୍କ ଠାରୁ ଭଲ ରିଭ୍ୟୁ ମିଳିଛି ।
ଫିଲ୍ମ ‘ଦି କ୍ରୁ’ରେ କରୀନା କପୁର, ତବୁ ଏବଂ କ୍ରିତି ସାନନ୍ ଜଣେ ଏୟାର ହୋଷ୍ଟେସ୍ ଭୂମିକାରେ ନଜର ଆସିବେ, ଯିଏ ଏକ ସ୍ୱତନ୍ତ୍ର ମିଶନ କରୁଥିବାର ନଜର ଆସିବେ । ଏମାନଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଜ ଏବଂ କପିଲ ଶର୍ମା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମର ଷ୍ଟାର କାଷ୍ଟକୁ ଦେଖିବା ପାରେ ଲାଗୁଛି ଏହି ଫିଲ୍ମଟିର ଷ୍ଟୋରି ବହୁତ ମଜାଦାର ହେବ । ସୂଚନାଯୋଗ୍ୟ ଯେ ରାଜେଶ ଏ କୃଷ୍ଣନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କ୍ରୁ’ ମାର୍ଚ୍ଚ ୨୯ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଦେଖିବାରେ ଅଛି ଯେ ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।