Below header

କଟକ ଏସସିବି ମେଡ଼ିକାଲରେ ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

କଟକ (କେନ୍ୟୁଜ): ଗୋଟିଏ ପୁରୁଣା ଢଗ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପ୍ପର ଫାଡ଼ି ଦିଅନ୍ତି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଢ଼ିହପଡା ଅଞ୍ଚଳରୁ । ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ମହିଳା ୪ ସନ୍ତାନ ଜନ୍ମ ଦେଇଛନ୍ତି । ଜନ୍ମ ନେଇଥିବା ସମସ୍ତେ ଶିଶୁକନ୍ୟା ବୋଲି ଖବର ମିଳିଛି ।

ସୂଚନା ଅନୁସାରେ ଢିହପଡ଼ା ଅଞ୍ଚଳର ବିରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତା ନାୟକ ୪ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି । ଓ ଉଭୟ ମା’ ଓ ସନ୍ତାନ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.