ଏଥର କିସର ରେକର୍ଡ ସଂଖ୍ୟକ ୨ ହଜାର ମାଟ୍ରିକ ପରୀକ୍ଷାର୍ଥୀ
ଏଥର କିସର ରେକର୍ଡ ସଂଖ୍ୟକ ୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଭଲ ହୋଇଥିବା କହିଛନ୍ତି ଛାତ୍ରଛାତ୍ରୀ।
ଏଥର କିସର ରେକର୍ଡ ସଂଖ୍ୟକ ୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଭଲ ହୋଇଥିବା କହିଛନ୍ତି ଛାତ୍ରଛାତ୍ରୀ। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିବେ ବୋଲି ଆଶା ରଖିଛନ୍ତି। OMR ପ୍ରଶ୍ନ ସହ long question ମଧ୍ୟ ବହୁତ ସହଜ ଥିବା କହିଛନ୍ତି। ଭୁବନେଶ୍ବର ୟୁନିଟ୍-୮, ବରମୁଣ୍ଡା ଓ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଇଆରସି ଭିଲେଜସ୍ଥିତ ଭଗବତ୍ ଗୀତା ବିଦ୍ୟା ମନ୍ଦିର ଓ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ୫୦ଟି ବସର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।