ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ବାପା, ମା ଏବଂ ପୁଅ ମୃତ

ଝାରସୁଗୁଡା : ପିପିଲିମାଲଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ବାପା, ମା ଏବଂ ପୁଅ ଘଟଣାସ୍ଥଳରେ ମୃତ । ସୂଚନା ଅନୁସାରେ, ସ୍ଥାନୀୟ କୁଡାଲୋଇ ଗାଁର ବିଶିକେଶନ କାଲୋ ନିଜ ପୁଅର ବିବାହ ପାଇଁ ଜିନିଷ କିଣି ଘରକୁ ଫେରୁଥିବା ବେଳେ ଏକ କୋଇଲା ମାଲବାହୀ ଟ୍ରକ୍‌ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ବିଶିକେଶନ, ପତ୍ନୀ ତପସ୍ୱିନୀ ଏବଂ ପୁଅ ସତ୍ୟନାରାୟଣଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବେଲପାହାଡ଼ ପୋଲିସ ଓ ଲଖନପୁର ପୋଲିସ ରହି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.