Below header

ପଣ୍ଡ ହେଲା ବଡ଼ ଆତଙ୍କୀ ହମଲା, ଧରାପଡିଲେ ଦୁଇ ପାକିସ୍ତାନୀ ଗୁପ୍ତଚର

ଜମ୍ମୁ କଶ୍ମୀର : ପଣ୍ଡ ହେଲା ବଡ଼ ଆତଙ୍କୀ ହମଲା । ଧରାପଡିଲେ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଦୁଇ ବ୍ୟକ୍ତି । ଉଭୟ ଆର୍ମି କ୍ୟାମ୍ପ ବାହାରେ ଭିଡିଓ ସୁଟିଙ୍ଗ୍‌ କରିବା ସହ ଫଟୋ ଉଠାଉଥିବା ସୂଚନା ମିଳିଛି । ରତ୍ନଚକ୍‌ ମିଲିଟାରି ଷ୍ଟେସନ୍‌ ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଗିରଫ ହୋଇଛନ୍ତି ଉଭୟ ।

ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣକ ଘର କଠୁଆ ହୋଇଥିବା ଅନ୍ୟଜଣଙ୍କ ଘର ଦୋଦାରେ । ଉଭୟଙ୍କ ନିକଟରୁ ଦୁଇଟି ମୋବାଇଲ୍‌ ଜବତ ହୋଇଛି । ଯେଉଁଥିରୁ ଅନେକ ପାକିସ୍ତାନୀ ନମ୍ବର ମିଳିଛି । ସେଥିରୁ ଗୋଟିଏ ନମ୍ବରକୁ ଭିଡିଓ ପଠାଯାଉଥିଲା ।

କେବଳ ସେତିକି ନୁହେଁ ଉଭୟଙ୍କ ନିକଟରୁ ଭାରତ ଏବଂ ଜମ୍ମୁର ନକ୍ସା ମଧ୍ୟ ମିଳିଛି । ଏହି ନକ୍ସା ଉପରେ ଅନେକ ମାର୍କିଙ୍ଗ୍‌ ମଧ୍ୟ କରାଯାଇଛି । ଯେଉଁଥିରୁ ଅନୁମାନ କରାଯାଉଛି ଏକ ବଡ଼ ଧରଣର ଆତଙ୍କୀ ହମଲା କରିବାର ଯୋଜନା ହେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.